ସ୍ମୁତି ଚିତ୍ତ ମଲ୍ଲାର ପରି ଆଜି ପ୍ରପ୍ପୁଟିତ ହେଉଛି ପ୍ରତ୍ୟେକ କବିତାର ପୃଷ୍ଟା ସତେକି ବିରହତା ସହ ମନର ଆବେଗ ଓ କେତେ ଯେ ସ୍ବପ୍ନ ତା ପୁଣି ଅନେକ ସହ ମିଶିଯିବ । ଏକାକୀ ହେଇ ବି ମନବତ୍ବ ସହ ତତ୍ବ ବିଚାରର ସଂକ୍ଷେପତା ନିରୂପଣ ଓ ଏହାର ବିଶେଷତା ସଂମ୍ପର୍କରେ ପର୍ଯ୍ୟବେକ୍ଷଣ କରିବା ତାହା ଆମର ପକ୍ଷେ ଏକ କଷ୍ଟ କର ବିଷୟ ହୁଏ । ଯେହେତୁ ଏହାର ଉପଯୁକ୍ତ ବିଚାର କରିବାର କ୍ଷମତା ଆମ ହାତରେ ସଂସ୍ଳିଷ୍ଟ ନଥିଲା ତଥାପି ତାହା କୁଣ୍ଠତା ନୁହେଁ ଯେ ସେ କାର୍ଯ୍ୟରେ ଆମ ସହ କିଛି ବି ଘଟିପାରେ ଯାହା ଆମେ ଚାହୁଁନାହୁଁ ତାହା ସମାଜ ପ୍ରତି ହେଉ , ଜଣେ ବ୍ୟକ୍ତି ବା ବ୍ୟକ୍ତିତ୍ବ , ବନ୍ଧୁ ବନ୍ଧୁତ୍ବ ପରି ଆହୁରି ଅନେକ କିଛି । ଏହା ଏପରି ଏକ ଶବ୍ଦ ଥିଲା ଯାହା ମୋ ବର୍ଣ୍ଣନାର ବାହାରେ । କେବଳ ସାହିତ୍ୟ ରୂପକ ସମୁଦ୍ରରେ ପାଦଆରୋପଣ କରିବା ଆଉ ମନକୁ ସନ୍ତୋଷ କରିବା ତ ସବୁ କବି ଭାବୁକ ମାନେ ଜାଣନ୍ତି ଯାହା ଅନେକମତରେ ସ୍ବାଗତ ଯୋଗ୍ୟ ନଥିଲା ତାହାଥିଲା କେବଳ ବୈପ୍ଲାବିକ ମନୋଭାବ ଓ ଜାଗ୍ରତକର ପରିସ୍ଥିତି । ଏଠାରେ ଭାଷା ଓସାହିତ୍ୟର ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ବହୁତ ଆସିବାକୁ ଲାଗିଲାଣି କାରଣ ଆମ ସାହିତ୍ୟର ପ୍ରତ୍ୟେକ ପୃଷ୍ଟାରେ ଆଜିକାଲିର ପତ୍ରିକା କେବଳ ପୁରାତନ ଲେଖକ ତଥା ସେମାନେ ଲେଖିଥିବା କାହାଣୀର ପରିଚ୍ଛେଦ ଗ୍ରହଣ କରେ ଯାହା ବର୍ତ୍ତମାନର ଯୁବ ଲେଖକ ସ୍ଥାନ ପାଇଁ ଉପଯୁକ୍ତ ଓ ଅପର ପକ୍ଷେ ଏହା କେବଳ ନ୍ୟାୟଯୁକ୍ତ ଯେ ସେମାନେ ସାହିତ୍ୟର ଉନ୍ନତି କରିପାରିବେ ଯେଉଁମାନେ କେବଳ ପୁରାତନ ସାହିତ୍ୟ ସଂମ୍ପର୍କରେ ଅବଗତ ଥିବା ନୂତନ ସାହିତ୍ୟ ବା ଆଧୁନା ସାହିତ୍ୟରେ କିଛି ଦେଖାଯାଉନାହିଁ ଯାହା ଯୋଗୁଁ ଅନେକ ଲେଖା ଓ ଲେଖକ ସାହିତ୍ୟ ପ୍ରତି ମନୋବଳ ଟାଣ ନାହିଁ ।ସମୟ ପରିବର୍ତ୍ତନ ହେବା ସହ ସାହିତ୍ୟକୁ ବି ପରିବର୍ତ୍ତନ କରାଗଲାଣି ଦିନକୁ ଦିନ ଅନେକ ଅନୁଷ୍ଟାନ ଜନ୍ମ ନେଲେଣି ଓଡିଆ ଭାଷା ସାହିତ୍ୟର ଅନ୍ଦୋଳନକୁ ଆହୁରି ଦୃଢିଭୂତ କରିବା ଲାଗି କେବଳ ସେତିକି ନୁହଁ ସେମାନେ କରୁଥିବା କାର୍ଯ୍ୟ ପାଇଁ ବି ଅନେକ ସମ୍ମାନର ପାଉଛନ୍ତି ତା ସହ ଉପହାର । କିନ୍ତୁ କଣ ହେବ ଏ ଉପହାରର ଯେଉଁଠି ପୋଥିହସ୍ତେ ବିଦ୍ୟା ପରି ହେବା ସମ୍ଭବ ପର ହେବ ନାହିଁ ଯଥା ବାରି ବାଇଗଣ ପରି ସ୍ବାଦାନ୍ତରୀଣରେ ବି କିଛି ପାର୍ଥକ୍ୟ ପରିଦର୍ଶିତ ହେବ ନାହିଁ । ଏହା ଅନେକ ଦିନରୁ ପ୍ରାରମ୍ଭ ହେଲାଣି ଯାହା ଆଜିବି ଚାବିଛି ସାବିତ୍ୟକୁ ରଥ ପରି ନିଜେ ସାରଥି ସାଜି ଯେଉଁ ସ୍ରଷ୍ଟାମାନେ ଆପଣେଇଛନ୍ତି ସେମାନେ ନିଜର ଅକ୍ଲାନ୍ତ ପରିଶ୍ରମରେ ଲକ୍ଷେ ଲକ୍ଷେ ଅର୍ଥ ଖର୍ଚ୍ଚ କରି କେବଳ ପୁସ୍ତକ ପ୍ରକାଶନୀ କରିବା ବ୍ୟାତୀତ ଅନ୍ୟକିଛି ହୋଇନପାରେ , କାରଣ ଆଜିର ସମୟରେ ପାଠକ ଓ ଲେଖକ ସମ୍ପର୍କରେ ଯେଉଁ ନିବିଡତା ରହିବା କଥା ସେ ତ ଆଉ ନାହିଁ ତାହା ବର୍ତ୍ତମାନ ସିନେ ଜଗତଆଡେ ଦିଗ ପରିବର୍ତ୍ତନ କରିଲାଣି । ପାଠକ କେବଳ ଯେ ବହିଲେଖା ସଂମ୍ପତିକୁ ପଢିବ ତା ନୁହଁ ସିନେ ଜଗତରେ ପ୍ରଦର୍ଶିତ କାହାଣୀ ତାହାପାଇଁ କେତେ ଯେ ଉପଯୋଗୀ ତାହା ସମସ୍ତ ଲେଖକ ଓ ପାଠକ ପରିଚିତ ହେବା ନିତ୍ୟାନ୍ତ ଜରୁରୀ ମନେକରେ । ମୋର ଏତେସବୁ ବ୍ୟାଖ୍ୟା କରିବାର ତାତ୍ପର୍ଯ୍ୟ ହେଲା ସାହିତ୍ୟ ଆଜି ଆଉ ସାହିତ୍ୟ ହେଇନାହିଁ । ଆମ ପରିବେଶ ଯେପରି ପ୍ରଦୂଷିତ , ଦେଶର ଗଣତନ୍ତ୍ର ଯେପରି ମଇଳା , ଶାସନ ଯେପରି ଦୂର୍ନୀତି ଗ୍ରସ୍ତ ସେପରି ସାହିତ୍ୟ ର ଭୂମିକା ପାଲଟି ଲାଣି ହୁଏତ ଭବିଷ୍ୟତରେ ଏ ଭାଷା ନ ରହିପାରେ କିନ୍ତୁ ତାପ୍ରତି ଜାଗ୍ରତ କରି ସୃଷ୍ଟ କରାଯାଇଥିବା ରଚନା ସମୂହ ହୃଦୟସ୍ପର୍ଶୀ କରିବ ।
Abhedata
Pralipta Satpathy
Sankar Biswal