ସମ୍ପାଦକ ରୂପେ ମୁଁ ଭଲ ଗଳ୍ପ ବା କବିତା ଖୋଜେନା, କିନ୍ତୁ ଖୋଜେ ଗଳ୍ପ ବା କବିତା ରଚନା ଓ ପଢ଼ିବାର ନିଆରା ଢଙ୍ଗ ବା ଶୈଳୀ l କାରଣ ଜଣେ କବିଙ୍କର ଚମତ୍କାରିତା ସେତେବେଳେ ସିଦ୍ଧ ହୁଏ , ଯେତେବେଳେ ସେ ଅତି ସାଧାରଣ ବିଷୟକୁ ଅସାଧାରଣ ଭାବେ ଓ ସୂକ୍ଷ୍ମରେ କହିଥାଏ l
ଆମେ ଅନେକ ପୁରାତନ ଓ ନବୀନ କବି, ଗାଳ୍ପିକଙ୍କୁ ପଢ଼ି ଆସିଛେ l କାଳଜୟୀ ସେହି ଗଳ୍ପ ବା କବିତା ଯାହା କାଳକୁ ଅତିକ୍ରମ କରି ରଚନାକୁ ଯୁଗୋପଯୁଗୀ କରାଇପାରିଛି l
ବୋଉ ପୁସ୍ତକ ସଂକଳନରେ ମୋଟ ୨୬ ଜଣ କବି ଓ ଗାଳ୍ପିକ ଅବଦାନ ଦେଇଛନ୍ତି l ସୁନ୍ଦର ଭାଷାର ସଂଯୋଜନା ସହିତ ପ୍ରାରମ୍ଭ ଠାରୁ ସିଦ୍ଧାନ୍ତ ଯାଏଁ, ଉତ୍ତମ ଭାଷାର ଗଢ଼ଣ ଦେଇଛନ୍ତି l ଏଥିପାଇଁ ସେମାନଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ l
BOU; THE MOTHER
Sankar Biswal